ମଦ୍ୟ ପାନ କରି ଡାକ୍ତରଙ୍କ ରୋଗୀସେବା ; ବଦଳି ଦାବି କଲେ ଗ୍ରାମବାସୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇକୋଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଫେଲ ମାରିଛି ସରକାରଙ୍କ ନିରାମୟ ମାଗଣା ସ୍ବାସ୍ଥ୍ୟ ସେବା । ମଦ୍ୟ ପାନ କରି ରୋଗୀ ସେବା ସେବା କରୁଥିବା ଡାକ୍ତରଙ୍କ ବଦଳି ଦାବୀ କରି ମେଡିକାଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଗ୍ରାମବାସି । ଦୀର୍ଘ ଆଠ ବର୍ଷ ଧରି କୋଇକୋଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଅଛନ୍ତି ଡାକ୍ତର ମଡାଇ ଟୁଡୁ । ଡାକ୍ତର ମଡାଇ ଟୁଡୁ ନିଜେ ଜଣେ ଆଦିବାସି ହୋଇଥିବାରୁ ଆଦିବାସି ଗାଁରେ ଥିବା ଏହି ମେଡିକାଲରେ ଆଦିବାସି ଲୋକେ ଉତ୍ତମ ସେବା ପାଇ ପାରିବେ ବୋଲି ଭାବି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତାଙ୍କୁ କୋଇକୋଣ୍ଡା ମେଡିକାଲରେ ନିଯୁକ୍ତି ଦେଇଥିଲେ । ହେଲେ ପ୍ରତିଦିନ ମଦ ପାନ କରି ନିଶାଶକ୍ତ ଅବସ୍ତାରେ ଡିଉଟି କରନ୍ତି ଡାକ୍ତର ମଡାଇ ଟୁଡୁ । ନିଷା ଅବସ୍ତାରେ ରୋଗୀଙ୍କୁ ଚିକିତ୍ସା ମଧ୍ୟ କରନ୍ତି ହେଲେ ଏବେ ଭୟରେ ରୋଗି ମାନେ ଆଉ ତାଙ୍କ ପାଖରେ ଔଷଧ କିମ୍ବା ଇଞ୍ଜେକ୍ସନ ନେବା ପାଇଁ ଯାଉ ନାହାନ୍ତି । ଅନ୍ୟ ପଟେ ସାମନ୍ୟ ଜ୍ବର, ଥଣ୍ଡା ଓ କାଶ ପାଇଁ ରୋଗିଙ୍କୁ ସରକାରି ଡାକ୍ତର ଖାନାରୁ କୌଣସି ଔଷଧ ମିଳୁନାହି । ନିଜର ଆର୍ଥୀକ ଫାଇଦା ପାଇଁ ଏମ.ଭି.୮୮ ଗାଁ ସ୍ଥିତ ଗୋଟିଏ ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ରୋଗିଙ୍କୁ ପଠା ଯାଉଛି । ସାମାନ୍ୟ ରୋଗ ପାଇଁ ୨ ରୁ ୩ ହଜାର ଟଙ୍କାର ଔଷଧ କିଣିବା ଲାଗି ରୋଗିଙ୍କୁ କହୁଛନ୍ତି ଡାକ୍ତର ମଡାଇ ଟୁଡୁ । ଔଷଧ ଅନ୍ୟ କୌଣସି ଦୋକାନରୁ ଆଣିଲେ ଫେରେଇ ଦେଉଛନ୍ତି ଡାକ୍ତର । ଫଳରେ ରୋଗୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଡାକ୍ତରଙ୍କ ବଦଳୀ ଦାବିରେ ଏବେ ମହାରାଜପଲ୍ଲୀ ପଞ୍ଚାୟତ ଅଧୀନରେଥିବା ପାଞ୍ଚଟି ଗାଁର ଆଦିବାସୀ ଲୋକେ ଏକାଠି ହୋଇ ବୈଠକ କରିବା ସହ ଡାକ୍ତରଙ୍କ ବଦଳି ଦାବି କରିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page