ସାହି ବାସିନ୍ଦାଙ୍କ ଉଚିତ ପଦକ୍ଷେପ ପାଇଁ ସୁନ୍ଦରୀ ପାଇଲା ନୂଆ ଜୀବନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ସାଇବାବା ଲାଇନରେ ବହୁତ ଦିନରୁ ବୁଲା କୁକୁର ବହୁତ ଦିନରୁ ରହି ଆସୁଥିଲା। ଯେଉଁଠି ଯେତେବେଳେ ଯାହା ମିଳିଲେ ଖାଇ ରହୁଥିଲା।ବୁଲା କୁକୁର ହୋଇଥିଲେ ମଧ୍ୟ ଅତି ଶାନ୍ତ ସ୍ବାଭାବର ଯୋଗୁଁ ସାହିର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆଦରି ନେଇଥିଲେ।ସ୍ନେହରେ ତା ନାଁ ସୁନ୍ଦରୀ ଦେଇଥିଲେ। ଧିରେ ଧିରେ ସାହି ବାସିନ୍ଦାଙ୍କର ଅତି ପ୍ରିୟ ହୋଇ ଯାଇଥିଲା ଏହି କୁକୁରଟି। ସୁନ୍ଦରୀ ବୋଲି ଡାକି ଦେଲେ କେଉଁଠି ଥିଲେ ଦୌଡ଼ି ଆସେ।ଘର ସମ୍ମୁଖରେ ସୁନ୍ଦରୀ ପହଁଞ୍ଚିଗଲେ ନିଜ ପାଇଁ ରୋଷେଇ ହେଇଥିବା ଖାଦ୍ୟରୁ ନେଇ ସୁନ୍ଦରୀ ଆଗରେ ବାଢ଼ି ଦିଅନ୍ତି।ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତର ପରିବାର ସଦସ୍ୟ ଭଳି ହେଇଯାଇଥିଲା ସୁନ୍ଦରୀ କିନ୍ତୁ କିଛି ଦିନ ହେବ ସୁନ୍ଦରୀ ଆଉ ଘର ଦୁଆରକୁ ଆସୁନି କି ଖାଦ୍ୟ ଖୋଜିବାର ଦେଖା ଯାଉନାହିଁ ବୋଲି ସାହି ଲୋକମାନେ ମନେ ମନେ ଖୋଜୁଥିଲେ। ଦେଖିଲା ବେଳକୁ ସାହିର ଏକ ପଡିଆ ପାଖରେ ଶୋଇ ରହି ଖାଲି କାନ୍ଦୁଛି।ସାହିର କିଛି ମହିଳା ଏକତ୍ରିତ ହୋଇ ସୁନ୍ଦରୀ ପାଖକୁ ଯାଇ ଦେଖିଲେ ଯେ ସୁନ୍ଦରୀର ପେଟ ଫୁଲିଯାଇଛି । ସନ୍ଦେହରେ ପଶୁ ଡାକ୍ତରଙ୍କୁ କହିବାରୁ ପଶୁ ଡାକ୍ତର ତାଙ୍କର ଦୁଇ କର୍ମଚାରୀଙ୍କୁ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ଜାଣିଲେ ଯେ ସୁନ୍ଦରୀ ଗର୍ଭବତୀ ଅଛି କିନ୍ତୁ ମୃତ କି ଜୀବିତ ଜଣା ପଡୁନାହିଁ। ପଶୁ ଚିକିତ୍ସାଳୟର ଦୁଇ କର୍ମଚାରୀଙ୍କ ସହାୟତରେ । ସାହି ବାସିନ୍ଦା ସୁନ୍ଦରୀକୁ ନେଇ ପଶୁ ଚିକିତ୍ସାଳୟରେ ପହଁଞ୍ଚିଥିଲେ‌। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ କହିଥିଲେ ଯେ ସୁନ୍ଦରୀ ପେଟରେ ୨/୩ ମୃତ ଶାବକ ଅଛି,ଏହାକୁ ଅପରେସନ କରିବାକୁ ପଡିବ‌। ଶୁକ୍ରବାର ସକାଳ ୮ ଘଟିକାରେ ଅପରେସନ କରି ମୃତ ଶାବକ ବାହାର କରିବା ପରେ ଡାକ୍ତର ଏବେ ସୁନ୍ଦରୀକୁ ସୁସ୍ଥ ବୋଲି କହିଥିଲେ।ସାହିର ମହିଳା ମାନେ ତାକୁ ସାହିକୁ ଆଣି ସେବା ଶୁଶ୍ରୁଷା କରିବାର ଦେଖିବାକୁ ମିଳିଛି। ଡାକ୍ତର ସୌମ୍ୟରଞ୍ଜନ ଖଟୁଆଙ୍କ କହିବାନୁଯାୟୀ ୨ ଦିନ ପରେ ସୁନ୍ଦରୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ। ଏହାପରେ ସାହି ବାସିନ୍ଦା ଆଶ୍ୱସ୍ତି ହେଲେ। ବର୍ତ୍ତମାନ ସମୟରେ ଯୋଉଠି ମଣିଷ ମଣିଷକୁ ଚିହ୍ନି ପାରୁନାହିଁ। ଏମିତି କି ନିଜ ବୃଦ୍ଧା ମା ବାପାଙ୍କୁ ଅଣଦେଖା କରିବାର ନଜିର ରହିଛି କିନ୍ତୁ ଏଠାରେ ସାହି ବାସିନ୍ଦାଙ୍କ ଏଭଳି କାର୍ଯ୍ୟ ପାଇଁ ସଲାମ କରିଛନ୍ତି। ଡାକ୍ତରଙ୍କ ମାନବିକତାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। ତେବେ ସୁନ୍ଦରୀର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ସାହି ଲୋକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାରର ଖାଦ୍ୟ ଏବେ ସୁନ୍ଦରୀ ପାଖରେ ପହଁଞ୍ଚିବାରେ ଲାଗିଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭଗବାନ ସୁନ୍ଦରୀକୁ ଅତି ଶୀଘ୍ର ସୁସ୍ଥ କରି ଦିଅନ୍ତୁ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page