ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଏକ ପାହାଡ଼ ଜଙ୍ଗଲ ଘେରା ଉପାନ୍ତ ଜିଲ୍ଲା। ବିଗତ ଦୁଇ ମାସ ହେବ ଜିଲ୍ଲାରେ ପ୍ରତିଦିନ ଲଗାତାର ବର୍ଷା ଲାଗି ରହିଥିବା ବେଳେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ଘନବେଡା ଏବଂ ଅଣ୍ଡ୍ରାପାଲି ମଧ୍ୟରେ ଥିବା ସଡ଼କଟି ଗତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଥିବା ଦେଖିବାକୁ ମିଳିଛି। ଗତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାବାସୀ ବନ୍ୟାଜଳ ଘେରରେ ଦୀର୍ଘ ଦିନ ଧରି ରହିଥିଲେ। ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆସି କ୍ଷୟକ୍ଷତିର ଆକଳନ କରି ସମସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ତେବେ ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ଘନବେଡା ଅଣ୍ଡ୍ରାପାଲି ସଡ଼କ ମରାମତି ହୋଇ ପାରିନାହିଁ କାହିଁକି ବୋଲି ଗ୍ରାମବାସୀଙ୍କ ମନରେ ପ୍ରଶ୍ନ। ଫେବୃୟାରୀ ମାସରେ ଆରଡ଼ି ସଂସ୍ଥା ପକ୍ଷରୁ ମୋରମ ମେଟାଲ ପଡି ରାସ୍ତା ମରାମତି ହୋଇଥିବା ଗ୍ରାମବାସୀ କହିଛନ୍ତିି କିନ୍ତୁ ସଡକଟି ଏବେ ମରଣଯନ୍ତା ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘନବେଡା ଗାଁରେ ୨ ଶହରୁ ଉର୍ଦ୍ଧ୍ବ ଲୋକ ଏବଂ ଅଣ୍ଡ୍ରାପାଲି ଗାଁର ପାଖାପାଖି ୭ ଶହ ଲୋକ ଉକ୍ତ ସଡ଼କ ଉପରେ ନିତିଦିନ ନିର୍ଭରଶୀଳ। ପଣସପୁଟ ଜାମଗୁଡା ଠାରେ ଏକ ସାପ୍ତାହିକ ହାଟ ବସିଥାଏ ଯେଉଁଠି କି ଅଣ୍ଡ୍ରାପାଲି ଗାଁର ଗ୍ରାମବାସୀ ମାନେ ବ୍ୟବସାୟ ବଣିଜ ଠାରୁ ଆରମ୍ଭ କରି ନିତିଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସେହି ହାଟ ଉପରେ ନିର୍ଭର। ଦୟନୀୟ ସଡ଼କରେ ଚାଲିକି ଯିବା କଷ୍ଟକର ହେଉଛି। ହାଟ ବଜାର କରିବୁ କିପରି କହିଛନ୍ତି ଗ୍ରାମବାସୀ।ଏନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ରାସ୍ତା ସମ୍ପର୍କରେ ଆଜି ଅବଗତ ହୋଇଛୁ। ଖୁବଶୀଘ୍ର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏପଟେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର କିଛି ଦିନ ପୂର୍ବରୁ ପଣସପୁଟ ଅଞ୍ଚଳ ଗସ୍ତ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ କେବେ ସଡ଼କ ମରାମତି ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…