ପୁଣି ଲାଲ ବାହିନୀର ଲାଲଆତଙ୍କ;ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ଲାଲ ବାହିନୀର ଲାଲଆତଙ୍କ। ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗାଁର ସୋୟମ ପାଣ୍ଡୁ(୫୦) ପିତା ସୋୟମ କୋସାଙ୍କୁ ନକ୍ସଲମାନେ ହତ୍ୟା କରିଥିବା ଖବର ଆସୁଛି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ୨୫ ତାରିଖର ବିଳମ୍ବିତ ରାତିରେ କିଛି ସଶସ୍ତ୍ର ନକ୍ସଲ ସୋୟମ ପାଣ୍ଡୁଙ୍କୁ ତାଙ୍କ ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ମାରଧର କରିବା ପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ନକ୍ସଲମାନେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇ ନିଜର ଉପସ୍ଥିତି ଜାହିର କରିଥିବା କୁହାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛର ଅସଲ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଭେଜି ଥାନା ପୁଲିସ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଘଟଣାର ତଦନ୍ତ ଆଗକୁ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଛତିଶଗଡ ରାଜ୍ୟରେ ନକ୍ସଲ ସମସ୍ୟାକୁ ମୂଳରୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ଆସିଥିବା ବେଳେ ଶେଷ ଚେତାବନୀ ଦେଇଥିଲେ।ନକ୍ସଲମାନେ ଆତ୍ମସମର୍ପଣ କର ନଚେତ୍ ନିପାତ ହୋଇଯିବ ବୋଲି କହିଥିଲେ। ରାଜ୍ୟ ପୁଲିସ ମଧ୍ୟ ନକ୍ସଲମାନଙ୍କ ସହ ଶେଷ ଲଢେଇ ଜାରି ରଖିଥିବା ବେଳେ ନକ୍ସଲମାନେ ବିଚଳିତ ହୋଇ ଏଭଳି ବର୍ବରକାଣ୍ଡ ଘଟାଉଛନ୍ତି।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page