ମାଲକାନଗିରି(କ୍ରୋନିକ ଓଡ଼ିଶା)ରେଳ ବିଭାଗରେ ଚାକିରୀ କରାଇ ଦେବା ନାମରେ ୭ ଲକ୍ଷ ଟଙ୍କା ଠେକେଇ ଅଭିଯୋଗରେ ମାଲକାନଗିରି ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀ ନାମକ ମହିଳାଙ୍କୁ ରେଳ ବିଭାଗରେ ଚାକିରୀ କରାଇ ଦେବାକୁ କହିଥିଲେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ସନ୍ତୋଷ ସାହୁ। ତେବେ ଚାକିରି ପ୍ରଲୋଭନରେ ପ୍ରଜ୍ଞା ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ ସନ୍ତୋଷ ସାହୁ ପ୍ରଜ୍ଞାଙ୍କୁ ବିକ୍ରମ କୁମାର ଜେନା ନାମକ ବ୍ୟକ୍ତିଙ୍କ ସହ ମିଶାଇ ଥିଲେ। ଅଭିଯୁକ୍ତମାନେ ପ୍ରଜ୍ଞାଙ୍କୁ ନିଯୁକ୍ତି ପତ୍ର ପାଇଁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଡାକ୍ତରୀ ପରୀକ୍ଷା ପାଇଁ ଡାକିଥିଲେ। ତା’ପରେ ଅଭିଯୁକ୍ତ ମାନେ ତାଙ୍କ ବିଶ୍ୱାସ ହାସଲ କରିବା ପାଇଁ ରେଳ ବିଭାଗର ବୋର୍ଡର ନକଲି ସିଲ୍ ଥିବା ନିଯୁକ୍ତି ପତ୍ର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଥିଲେ। ଏହାପରେ ପ୍ରଜ୍ଞାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଚନ୍ଦ୍ରକାନ୍ତ ମହାନ୍ତିଙ୍କ ସହ ମିଶାଇ ଥିଲେ। ଯିଏକି ନିଜକୁ ଦିଲ୍ଲୀର ରେଳ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଯାହାକୁ ନେଇ ପ୍ରଜ୍ଞା ଅଭିଯୁକ୍ତ ମାନଙ୍କ ଉପରେ ବିଶ୍ବାସ କରି ପ୍ରର୍ଯାୟ କ୍ରମେ ୭ ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ଟଙ୍କା ନେବା ପରେ ଅଭିଯୁକ୍ତ ମାନେ ପ୍ରଜ୍ଞାଙ୍କୁ ଚାକିରୀ କରାଇବା ଦୂରର କଥା ଧରା ଛୁଆଁ ଦେଇନଥିଲେ। ଟଙ୍କା ମାଗିଲେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ପ୍ରଜ୍ଞା ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ମାଲକାନଗିରି ପୁଲିସ ତଦନ୍ତ ଆରମ୍ଭ କରିଛି। ମାଲକାନଗିରିରୁ ଏକ ସ୍ଵତନ୍ତ୍ର ପୁଲିସ ଟିମ୍ ଭୁବନେଶ୍ବରକୁ ଯାଇ ବିକ୍ରମ କୁମାର ଜେନିଙ୍କୁ ଗିରଫ କରି ମାଲକାନଗିରି କୋର୍ଟରେ ହାଜର କରିଛି। ତେବେ ଗିରଫ ବ୍ୟକ୍ତି ଜଣଙ୍କ ବିଭିନ୍ନ ସ୍ଥାନରେ ଏହି ପରି ଲୋକଙ୍କୁ ଚାକିରୀ ପ୍ରତିଶ୍ରୁତି ଦେଇ ଠକିଥିବା ନେଇ ସୂଚନା ରହିଛି। ଉକ୍ତ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…