ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ପୁଲିସ ନକ୍ସଲ ଏନକାଉଣ୍ଟରରେ ତିନିଜଣ ନକ୍ସଲଙ୍କୁ ଯବାନ ମାନେ ନିପାତ କରିଥିଲେ। ସେଥି ମଧ୍ୟରୁ ଦୁଇ ଜଣ ନକ୍ସଲଙ୍କ ପରିଚୟ ଉପରୁ ପର୍ଦା ଉଠେଇଛି ପୁଲିସ। ମୃତ ଦୁଇ ହାର୍ଡକୋର ନକ୍ସଲଙ୍କ ମୁଣ୍ଡ ଉପରେ ୪୧ ଲକ୍ଷ ଟଙ୍କା ଇନାମୀ ରଖିଥିଲେ ରାଜ୍ୟ ସରକାର। ନାରାୟଣପୁର ଏସପି ପ୍ରଭାତ କୁମାର ନିହତ ନକ୍ସଲମାନଙ୍କ ବିଷୟରେ ସୂଚନା ଦେଇଛନ୍ତି। ଛତିଶଗଡ ନାରାୟଣପୁର ମହାରାଷ୍ଟ୍ର ସୀମାନ୍ତ ପୁଲିସ ନକ୍ସଲ ଗୁଳି ବିନିମୟରେ ୪୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଅବୁଝମାଡ ପୁଲିସ୍ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଥିବା ତିନିଜଣ ନକ୍ସଲଙ୍କ ମଧ୍ୟରୁ ଦୁଇଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି। ନିହତ ନକ୍ସଲମାନଙ୍କ ମଧ୍ୟରେ DKZSC ରୂପେଶ, DVCM ଜଗଦୀଶ ବୋଲି ଜଣାପଡିଛି। ଉଭୟ ମୃତ ନକ୍ସଲ ଅନେକ ବଡ଼ ବଡ଼ ନକ୍ସଲ ହିଂସାକାଣ୍ଡରେ ଜଡିତ ଥିଲେ।ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ ଗୋଟିଏ AK 47, ଗୋଟିଏ INSAS, ଗୋଟିଏ SLR ଏବଂ ଗୋଟିଏ 12 ବୋର ବନ୍ଧୁକ ଘଟଣା ସ୍ଥଳରୁ ପୁଲିସ ଜବତ କରିଛି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…