ଓଡ଼ିଶା ରାଜ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଧମତରୀ ଜିଲ୍ଲା ଏସିଏମ ସୀତାନଦୀ ଏରିଆ କମିଟିର ଡେପୁଟି କମାଣ୍ଡର ତଥା ୫ ଲକ୍ଷ ଟଙ୍କା ଇନାମୀ ନକ୍ସଲ ଅଜୟ କଲା ଆତ୍ମସମର୍ପଣ। ଧମତରୀ ଜିଲ୍ଲା ନକ୍ସଲ ଡେପୁଟି କମାଣ୍ଡର ଅଜୟଙ୍କ ବିରୋଧରେ ପୁଲିସ ଉପରେ ଆକ୍ରମଣ ଏବଂ ହତ୍ୟା ଭଳି ଅନେକ ଅପରାଧ ପଞ୍ଜିକୃତ ହୋଇଛି।
ନକ୍ସଲ ଏରିଆ କମିଟିର ଡେପୁଟି କମାଣ୍ଡର ଅଜୟ କହିଛନ୍ତି ଯେ ଛତିଶଗଡ ସରକାରଙ୍କ ପୁନର୍ବାସ ଏବଂ ଥଇଥାନ ନୀତିରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ବିବାହିତ ଜୀବନ ଏବଂ ପାରିବାରିକ ସୁଖରୁ ବଞ୍ଚିତ ହୋଇ ମାଓବାଦୀଙ୍କ ଜୀବନଶୈଳୀ ଏବଂ ଆଦର୍ଶ ଠାରୁ ତାଙ୍କର ଦୂରତା କ୍ରମାଗତ ଭାବରେ ବଢୁଥିଲା।ନକ୍ସଲ ନେତା ଅଜୟ ଏସପି ଆଞ୍ଜନେୟ ବାର୍ଷ୍ଣୟକୁ କହିଛନ୍ତି ଯେ ବରିଷ୍ଠ ନକ୍ସଲ ନେତାଙ୍କ ଭେଦଭାବ, ଅବହେଳା ଏବଂ ନିର୍ଯ୍ୟାତନାରେ ଥକିଯାଇ ସେ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ ନୀତି ଦ୍ବାରା ପ୍ରଭାବିତ ହୋଇ ଭାରତର ସମ୍ବିଧାନରେ ବିଶ୍ବାସ ରହିଛି। ସଂଗଠନର ମାଓବାଦୀଙ୍କ ଦ୍ୱାରା ଆଦିବାସୀମାନଙ୍କ ଉପରେ ହେଉଥିବା ଭେଦଭାବ ତଥା ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ଲକ୍ଷ୍ୟ ରଖିଛୁ। ନକ୍ସଲ ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିବା ପରେ ପୁଲିସ ଅଧିକାରୀ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ଅଜୟଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।