ଛତିଶଗଡ ମହାରାଷ୍ଟ୍ର ସୀମାରେ ପୁଲିସ ନକ୍ସଲ ଗୁଳି ବିନିମୟ : ତିନି ନକ୍ସଲ ନିପାତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଛତିଶଗଡ ନାରାୟଣପୁର ଜିଲ୍ଲା ଏବଂ ମହାରାଷ୍ଟ୍ରର ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ତୀବ୍ର ମୁକାବିଲା ହେବାର ଖବର ଆସୁଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ତିନିଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ପ୍ରକାଶ। ଗତ ଦୁଇ ଘଣ୍ଟା ଧରି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ରହି ରହି ମଝିରେ ମଝିରେ ଗୁଳି ବିନିମୟ ଚାଲିଛି। କୁହାଯାଉଛି ଯେ ଏହି ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲ ଲୋକ ଉପସ୍ଥିତ ଅଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ସୁରକ୍ଷା ବାହିନୀ ମଧ୍ୟ ନକ୍ସଲମାନଙ୍କ ଠାରୁ ତିନୋଟି ସ୍ୱୟଂଚାଳିତ ବନ୍ଧୁକ ଜବତ କରିଛନ୍ତି।

ଏହି ଏନକାଉଣ୍ଟରକୁ ନାରାୟଣପୁର ଏସପି ପ୍ରଭାତ କୁମାର ସୁନିଶ୍ଚିତ କରିଛନ୍ତି। ବସ୍ତର ଆଇଜି ପି ସୁନ୍ଦରରାଜ ପୁରା ଏନକାଉଣ୍ଟର ଉପରେ ନଜର ରଖିଛନ୍ତି। ଯବାନଙ୍କ ପକ୍ଷରୁ ଭୀଷଣ ଗୁଳି ବିନିମୟ ଜାରି ରହିଛି।ଠିକ୍ ଗୋଟିଏ ଦିନ ପୂର୍ବରୁ ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୨ ନକ୍ସଲ ଆତ୍ମସମର୍ପଣ କରିଥିଲେ। ରବିବାର ଦିନ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ତିନିଜଣ ମହିଳା ନକ୍ସଲ ମଧ୍ୟ ଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା।

ସୂଚନାଯୋଗ୍ୟ ଯେ ଛତିଶଗଡର ବସ୍ତରରେ ନକ୍ସଲମାନଙ୍କ ବିରୋଧରେ ଲଢ଼େଇ ଏକ ନିର୍ଣ୍ଣାୟକ ପରିସ୍ଥିତିରେ ଥିବା ଜଣାପଡିଛି। ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମାପ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ପରେ ସୁରକ୍ଷା ବାହିନୀ ବସ୍ତରର ବିଭିନ୍ନ ଜିଲ୍ଲାରେ ନକ୍ସଲ ସଂଗଠନର ଅଣ୍ଟା ଭାଙ୍ଗିବା ପାଇଁ ପ୍ରମୁଖ ରଣକୌଶଳ ଆରମ୍ଭ କରିଛନ୍ତି। ବସ୍ତରର ନାରାୟଣପୁର ଜିଲ୍ଲାରେ ଏସପି ପ୍ରଭାତ କୁମାର ନକ୍ସଲମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଫଳ ଅପରେସନ୍ କରୁଛନ୍ତି। ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନକ୍ସଲ ସଂଗଠନ ଏବଂ ନକ୍ସଲଙ୍କ ପାଇଁ ଅନ୍ତିମ ଚେତାବନୀ।ନକ୍ସଲମାନଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ନଚେତ୍ ନିପାତ କରି ଦିଆଯିବ।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page