ଓଡ଼ିଶା ହକି ଚାମ୍ପିୟାନସିପ ରେ ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ଛାତ୍ରୀ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ଓଡ଼ିଶା ହକି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ହକି ଚାମ୍ପିୟାନସିପ-୨୦୨୪ ରେ ମାଲକାନଗିରି ଜିଲ୍ଲା ହକି ଆସୋସିଏସନ ତରଫରୁ ଦଳରେ ସ୍ଥାନ ପାଇଛନ୍ତି ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ତିନି ଜଣ କୃତି ଛାତ୍ରୀ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ହକି ଆସୋସିଏସନ ପୂର୍ବରୁ ଜିଲ୍ଲା ସ୍ତରରେ ବିଭିନ୍ନ ବିଦ୍ୟାଳୟରୁ ହକି ଖେଳାଳୀ ମାନଙ୍କୁ ଚୟନ କରିଥିଲା ରାଜ୍ୟ ସ୍ତରୀୟ ଚମ୍ପିୟାନସିପ ଖେଳିବା ପାଇଁ । ତନ୍ମଧ୍ୟରୁ ଅନ୍ୟାନ୍ୟ ବିଦ୍ୟାଳୟ ମଧ୍ୟରେ ଶିଖପାଲି, ସିନ୍ଧ୍ରିମାଳ, ବାଲିମେଳା, ସତୀଗୁଡା, କୋରୁକୋଣ୍ଡା ରୁ ଛାତ୍ରୀ ମାନେ ଥିବା ବେଳେ ଚିତ୍ରକୋଣ୍ଡା ରୁ ତିନି ଜଣ ମନୋନୀତ ହୋଇଥିଲେ । ଉକ୍ତ ତିନି ଜଣ ହେଲେ ଏସ ଏସ ଡି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆରତୀ ହିଆଲ, ଲଳିତା କବାସି ଓ ଲଛିମଦେଇ ଖିଲ । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଖର୍ଚ୍ଚ ବହନ କରି ଜିଲ୍ଲା ପକ୍ଷରୁ ଖେଳିବା ପାଇଁ ପଠା ଯାଇଥିଲା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସ୍କୁଲ କର୍ତ୍ତୃପକ୍ଷ ବହନ କରିଛନ୍ତି । ଏହିପରି ଯଦି ଆଗକୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳିପାରିବ ତେବେ ଆଗାମୀ ଦିନରେ ଜିଲ୍ଲା ପାଇଁ ଗୌରବ ଆଣିପାରିବୁ ବୋଲି ଏହି ଛାତ୍ରୀମାନେ ମତ ରଖିଛନ୍ତି । ସରକାରଙ୍କ ତରଫରୁ ହକି ଖେଳକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ତତ୍ପର ଥିବା ବେଳେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଦିନେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ ଥିବା ମାଲକାନଗିରି ଜିଲ୍ଲା ଆଜି ନିଜ ପ୍ରତିଭା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠିତ ହୋଇପାରିଛ । ଏହିଭଳି କୃତି ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ବିଦ୍ୟାଳୟ ହେଉ ଅବା ଗ୍ରାମ କିମ୍ବା ଜିଲ୍ଲା ନିଜକୁ ଗର୍ବିତ ମନେ କରୁଛି ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page