ରାଷ୍ଟ୍ରପତି ପୁରସ୍କାର ପାଇ ଫେରିଲେ ସଂଯୁକ୍ତା ; ପାଛୋଟି ନେଲେ ଡାକ୍ତର ସ୍ବାସ୍ଥ୍ୟକର୍ମୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ସେବିକା ସଂଯୁକ୍ତା ସେଠି ପାଇଲେ ଫ୍ଲୋରେନ୍ସ ନାଇଟାଙ୍ଗେଲ ପୁରସ୍କାର।ଗତ ୧୧ ତାରିଖରେ ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ତର ପୁରସ୍କାର ବିତରଣରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନିତ ହୋଇ ଆଜି ମାଲକାନଗିରିକୁ ଫେରିଛନ୍ତି। ସେ ଦୀର୍ଘ ଦିନ ଧରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇ ଦେଇ ଆସୁଛନ୍ତି। ଗୁରୁତ୍ଵପୂର୍ଣ୍ଣ ଦୁର୍ଘଟଣାର ଶୀକାର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାର ଆପଣଙ୍କ ଅନୁକରଣୀୟ କୌଶଳ ଅତ୍ୟନ୍ତ ପ୍ରଶଂସନୀୟ। ରାଷ୍ଟ୍ରପତି ଭବନରୁ ମାଲକାନଗିରି ଫେରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜି ଉତ୍ସବ ମୁଖର ହୋଇଉଠିଛି। ଡାକ୍ତର , ସେବିକା ଏବଂ ଅନ୍ୟ କର୍ମଚାରୀ ମାନେ ସଂଯୁକ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ। ନିଃସ୍ୱାର୍ଥପର ସେବା ଏବଂ କଠିନ ପରିଶ୍ରମରେ ସଫଳତା ମିଳେ। ଚିକିତ୍ସାଳୟର ଡାକ୍ତର , ସେବିକା ସାଥି ବନ୍ଧୁ ଏବଂ ଜିଲ୍ଲାବାସୀଙ୍କ ଭଲ ପାଇବା ମୋ ପାଇଁ ପ୍ରେରଣାର ଉତ୍ସ ଥିଲା।

  • Related Posts

    ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଶିଖପାଲ୍ଲୀ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    Leave a Reply

    Your email address will not be published. Required fields are marked *

    You cannot copy content of this page