
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ଜଣେ ସନ୍ଦିଗ୍ଧ ମାଓବାଦୀଙ୍କୁ ନିପାତ କରିଛି ପୁଲିସ। ଏହି ମୁକାବିଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ଜଙ୍ଗଲ-ପାହାଡ ଘେରା ତୁମାଲପାଡ ଅଞ୍ଚଳରେ ଘଟିଛି। ଜଙ୍ଗଲରେ ପୁଲିସକୁ ଦେଖି ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ପୁଲିସ ମଧ୍ୟ ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ଥିଲା। ଗୁଳି ବିନିମୟରେ ଜଣେ ସନ୍ଦିଗ୍ଧ ମାଓବାଦୀ ମୃତ।ପୁଲିସ ସୂଚନାନୁସାରେ ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତଦେହ ଏବଂ ତାଙ୍କ ନିକଟରୁ ଗୋଟିଏ ଅସ୍ତ୍ର ସମେତ ବହୁ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି।ତେବେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲଙ୍କୁ ଚିହ୍ନଟ କରାଯାଉଛି। ଏହି ନକ୍ସଲ ବିରୋଧୀ ଅପରେସନ୍ ଜିଲ୍ଲା ଫୋର୍ସ, ଡିଆରଜି ଏବଂ ବସ୍ତର ଫାଇଟରର ମିଳିତ ଯବାନଙ୍କ ଦ୍ୱାରା କରାଯାଇଥିଲାଏହି ଏନକାଉଣ୍ଟର ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।ସୁରକ୍ଷା କର୍ମୀମାନେ ଫେରିବା ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି ପୁଲିସ କହିଛି।