
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ସଦର ପଞ୍ଚାୟତର ହରିଶ୍ଚନ୍ଦ୍ର ମୁଦୁଲି ଙ୍କ ପୁଅ ରଘୁନାଥ ମୁଦୁଲି ସାପ କାମୁଡ଼ାରେ ମୃତ୍ୟବରଣ କରିଛନ୍ତି। ଆଜି ଦିନ ୧୨ ଟା ସମୟରେ ରଘୁନାଥ ନିଜ ଜମିରେ ସାର ପକାଇବାକୁ ଯାଇଥିବା ବେଳେ ଅଚାନକ ତାଙ୍କ ଗୋଡ କୁ କିଛି କାମୁଡ଼ିଥିବା ସେ ଅନୁଭବ କରିଥିଲେ। ପରେ ଦେଖିଲାବେଳକୁ ସେ ସାପ କାମୁଡ଼ାର ଶିକାର ହୋଇଥିବା ଜାଣିପାରିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଯୁବକ ଙ୍କ ମୃତ୍ୟବରଣ ହୋଇଥିଲା। ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି।