ମାନବିକତାର ଉଦାହରଣ ସୃଷ୍ଟି କଲେ ଯବାନ: ଅସୁସ୍ଥ ମହିଳାଙ୍କୁ କାନ୍ଧେଇ ୩ କିମି ଚାଲିଲେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାର ନକ୍ସଲଗଡରେ ନକ୍ସଲ ମୁକାବିଲାରେ ନିୟୋଜିତ ସୁରକ୍ଷା ବାହିନୀ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସିଆରପିଏଫ୍ ୫୦ ବାଟାଲିୟନର ଯବାନମାନେ ପେଣ୍ଟାପାଡର ଅସୁସ୍ଥ ଆଦିବାସୀ ମହିଳାଙ୍କୁ ଭଭାରରେ କାନ୍ଧେଇ ନେଇ ତିନି କିଲୋମିଟର ଚାଲିଲେ, ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

କମାଣ୍ଡାଣ୍ଟ ପ୍ରେମଜିତ କୁମାର ଏବଂ ସେକେଣ୍ଡ କମାଣ୍ଡିଂ ଅଫିସର ଅମୃତେଶ କୁମାରଙ୍କ ନିର୍ଦ୍ଦେଶରେ ଯବାନ ମାନେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଏହି ସମୟରେ ପେଣ୍ଟାପାଡ ଗ୍ରାମରେ ଜଣେ ଅସୁସ୍ଥ ମହିଳାଙ୍କୁ ଦେଖିବାକୁ ପାଇଥିଲା। ବର୍ଷା ଏବଂ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରି ନଥିଲା। ଏହି କାରଣରୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମୃଣ୍ମୟ ବାନାର୍ଜୀ ଏବଂ ଯବାନ ମାନେ ମହିଳାଙ୍କୁ କାନ୍ଧରେ ନେଇ ଆମ୍ବୁଲାନ୍ସକୁ ଆଣିଥିଲେ। ତା’ପରେ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page